ନୂଆବର୍ଷରୁ ଶ୍ରୀକ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ । ଆନନ୍ଦ ବଜାରରେ ଲାଗିବ ଅବଢା ଦର ଚାର୍ଟ । ଶ୍ରଦ୍ଧାଳୁମାନେ ଚାର୍ଟ ଦେଖି ସଠିକ୍ ମୂଲ୍ୟରେ କିଣିପାରିବେ ଅବଢା । ଅବଢ଼ା ଦର ସହ କୁଡୁଆ ସାଇଜ୍ ବି ଚାର୍ଟରେ ଉଲ୍ଲେଖ କରାଯିବ। ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ସେହିପରି ଶ୍ରୀଜିଉଙ୍କୁ ଭିତରକାଠ ନିକଟରୁ ଦର୍ଶନ ପାଇଁ ଅନଲାଇନ ଟିକେଟ ବ୍ୟବସ୍ଥା ହୋଇପାରେ । ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଏହି ନୂଆ ନିୟମ ଲାଗୁ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅନଲାଇନ ଟିକେଟ କାଟି ଭକ୍ତମାନେ ଭିତରକାଠ ନିକଟରୁ ଶ୍ରୀଜିଉକୁ ଦର୍ଶନ କରିପାରିବେ। ତେବେ ସାହାଣମେଳା ସମୟରେ ବିନା ଟିକେଟରେ ମଧ୍ୟ ଭକ୍ତମାନେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ଏହାଛଡା ନୂଆବର୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । କାରଣ ନୂଆବର୍ଷରେ ୬ରୁ୭ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here