ବାଙ୍କୀ ସବ୍ ଡିଭିଜନ ହସ୍ପିଟାଲରେ ନାହାଁନ୍ତି ଡାକ୍ତର. ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ବାହାରକୁ ଚିକିତ୍ସା ନିମନ୍ତେ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ. କିନ୍ତୁ କିଛି ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସା ପାଇଁ  ବାହାରକୁ ଯାଇ ପାରୁନାହାଁନ୍ତି. ଫଳରେ ଅକାଳରେ ସେମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ. ମେଡିସିନ ସ୍ପେଶାଲିଷ୍ଟ ପୋଷ୍ଟିଂ ପାଇଁ ଏବେ ଗ୍ରାମବାସୀମାନେ ଦାବୀ କରିଛନ୍ତି . ସୁଚନାନୁସାରେ, ୩ ବର୍ଷ ପୂର୍ବେ ଡାକ୍ତର ଧନଞ୍ଜୟ ରାମାଙ୍କୁ ମେଡିସିନ୍ ସ୍ପେଶାଲିଷ୍ଟ ରୂପେ ହସ୍ପିଟାଲରେ ପୋଷ୍ଟିଂ କରାଯାଇଥିଲା. ମାତ୍ର ଅଳ୍ପ କିଛିଦିନ ଭିତରେ ତାଙ୍କୁ କଟକ ସିଟି ହସ୍ପିଟାଲକୁ ବଦଳି କରାଯାଇଥିଲା. ଅନ୍ୟପଟେ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଡାକ୍ତରଖାନାର ବ୍ଲଡ ଷ୍ଟୋରେଜ ୟୁନିଟ ମଧ୍ୟ ଦୀର୍ଘ ୬ ବର୍ଷ ଧରି ଅଳସୁଆ ପରି ଶୋଇରହିଛି. ଏହାକୁ ନେଇ ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ. ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ୍ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ. ତେବେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ବାଙ୍କି ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here