ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇ ଇତିହାସ ରଚିଛି ବିରାଟ ବାହିନୀ. ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ସିଡନୀରେ ଖେଳାଯିବାକୁ ଥିଲା. ମାତ୍ର ବର୍ଷା କାରଣରୁ ଏହି ମ୍ୟାଚକୁ ଡ୍ର କରାଯାଇଥିଲା. ଯାହାଫଳରେ ଭାରତ 2-1 ସିରିଜରେ ଏହାକୁ ନିଜ ନାମରେ କରିନେଇଛି. ଦୀର୍ଘ 72 ବର୍ଷ ପରେ ଭାରତ କଙ୍ଗାରୁ ଦଳକୁ ନିଜ ମାଟିରେ ଧୂଳି ଚଟାଇବାରେ ସକ୍ଷମ ହୋଇପାରିଛି. ସିଡନୀ ଟେଷ୍ଟରେ 193 ରନ ବନାଇଥିବା ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ ଅଫ୍ ଦ ମ୍ୟାଚ’ ଘୋଷଣା କରାଯାଇଛି. ପ୍ରଥମଥର ପାଇଁ ଭାରତ ଏଭଳି ଏକ ଇତିହାସ ରଚିଥିବା ପ୍ରକାଶ ପାଇଛି. ତେବେ ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ 31 ରନରେ ଜିତିଥିଲା. ମାତ୍ର ପର୍ଥରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ 146 ରନରେ ଭାରତକୁ ହରାଇ କମ୍ ବ୍ୟାକ୍ କରିଥିଲା. ହେଲେ ମେଲବର୍ଣ୍ଣରେ ବିରାଟବାହିନୀ କଙ୍ଗାରୁକୁ ଜନାବ ସ୍ୱରୂପ 137 ରନରେ ହରାଇ ଟେଷ୍ଟ ସିରିଜରେ 2-1ରେ ଆଗୁଆ ରହିଥିଲେ ଏବଂ ସିଡନୀରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ବର୍ଷା ପାଇଁ ଡ୍ର ହେବାରୁ ଭାରତ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିପାରିଛି.