ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପରେ ଫିଙ୍ଗର ପ୍ରିଣ୍ଟ ଅଥେଣ୍ଟିକେସନ ଉପଲବ୍ଧ ହେବାର ଖବର କିଛି ଦିନ ପୂର୍ବେ ଚର୍ଚ୍ଚା ହେଉଥିଲା. ବର୍ତ୍ତମାନ ଏହି ଫିଚରକୁ ନିଶ୍ଚିତରୂପେ ହ୍ୱାଟସ ଆପରେ ଦିଆଯିବ ବୋଲି ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ହ୍ୱାଟସ ଆପ୍, ଗୁଗୁଲ ପ୍ଲେ ବିଟା ପ୍ରୋଗ୍ରାମ ମାଧ୍ୟମରେ ନୂଆ ଅପଡେଟ ସବମିଟ୍ କରିଛି. ଯେଉଁଥିରେ ଏହି ନୂଆ ଫିଚର ଦିଆଯାଇଛି. ଏଠାରେ ସୂଚନାଯୋଗ୍ୟ ଯେ, ହ୍ୱାଟସ ଆପ୍, ଆଇ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଫେସ ଆଇଡି ଏବଂ ଟଚ୍ ଆଇଡି ଭଳି ଦୁଇ ନୂଆ ଫିଚର ପ୍ରସ୍ତୁତ କରିସାରିଛି. ହେଲେ ଏହାକୁ ଷ୍ଟେବଲ ଅପଡେଟରେ ଦିଆଯାଇନାହିଁ. ଏହାପରେ ଏବେ କମ୍ପାନୀ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଫିଙ୍ଗର ପ୍ରିଣ୍ଟ ଅଥେଣ୍ଟିକେସନ ଉପରେ କାମ କରୁଛି.

LEAVE A REPLY

Please enter your comment!
Please enter your name here