ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବିଆଇଏଏଲ ଆଣିଛି ଖୁସି ଖବର. ବୋର୍ଡିଂପାସ ନେବା ପାଇଁ ଲାଗୁଥିବା ଲମ୍ବା ଲାଇନରୁ ଯାତ୍ରୀମାନଙ୍କୁ ମିଳିବ ମୁକ୍ତି. ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆପଣଙ୍କ ମୁହଁର ଫେସ ଆପଣଙ୍କୁ ବୋର୍ଡିଂପାସ ଦେବ. ବିଆଇଏଏଲ 2019 ଭିତରେ ଆରମ୍ଭ କରିବାକୁ ଯାଉଛି ପେପରଲେସ ବାୟୋମେଟ୍ରିକ ସେଲ୍ଫ ବୋର୍ଡିଂ ଟେକ୍ନୋଲୋଜୀ. ଏହି ଟେକ୍ନିକ ମାଧ୍ୟମରେ ଯାତ୍ରୀମାନେ ଏୟାରପୋର୍ଟ ଭିତରକୁ ଯାଇପାରିବେ. ତେବେ ଏଭଳି ସୁବିଧା ଆରମ୍ଭ କରିବାକୁ ଯାଉଥିବା ବେଙ୍ଗାଲୁରୁ ଏୟାରପୋର୍ଟ ଦେଶରେ ପ୍ରଥମ ଏୟାରପୋର୍ଟ ହେବ. ଫେସ ରେକଗିନିସନ ଟେକ୍ନୋଲୋଜୀ ବାୟୋମେଟ୍ରିକ ସଫ୍ଟଓୟାରରେ କାମ କରିବ. ଏହା ମାଧ୍ୟମରେ ଯାତ୍ରୀଙ୍କ ସବିଶେଷ ତଥ୍ୟ ମିଳିବ. ଯାତ୍ରୀମାନଙ୍କୁ ବାରମ୍ବାର ପାସପୋର୍ଟ କିମ୍ବା ଅନ୍ୟ ପ୍ରମାଣପତ୍ର ଦେଖାଇବାକୁ ପଡିବନି.

LEAVE A REPLY

Please enter your comment!
Please enter your name here