ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ପ୍ରିଣ୍ଟ ମିଡିଆ ପାଇଁ ଦିଆଯାଉଥିବା ବିଜ୍ଞାପନ ଦରରେ 25 ପ୍ରତିଶତ ବୃଦ୍ଧି କରିଛନ୍ତି. ମଙ୍ଗଳବାରଠୁ ଲାଗୁ ହୋଇଥିବା ଏହି ଦରର ଅବଧି ତିନି ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦିଆଯାଇଛି. ଏହି ନିଷ୍ପତ୍ତି ଦ୍ୱାରା ବିଶେଷ ଭାବେ ମଧ୍ୟମ ଓ କ୍ଷୁଦ୍ର ସମାଚାର ପତ୍ର  ଲାଭଦାୟକ ହେବ ଯେଉଁଥିରେ କ୍ଷତ୍ରୀୟ ଓ ସ୍ଥାନୀୟ ଭାଷା ବହୁସଂଖ୍ୟାରେ ସାମିଲ ଥିବେ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ 2013 ମସିହାରେ ଖବରକାଗଜରେ ଛପା ଯାଉଥିବା ବିଜ୍ଞାପନ ଦରରେ ବୃଦ୍ଧି କରାଯାଇଥିଲା, ଯାହା 2010 ମସିହା ତୁଳନାରେ 19 ପ୍ରତିଶତ ବୃଦ୍ଧି ହୋଇଥିଲା. ବର୍ତ୍ତମାନ ଏହାକୁ 25 ପ୍ରତିଶତକୁ ବୃଦ୍ଧି କରାଯାଇଛି. ତେବେ ବିଜ୍ଞାପନ ମୂଲ୍ୟରେ ବୃଦ୍ଧି ଘଟାଇ ବିଜେପି ସରକାର ନିଜ ସପକ୍ଷରେ ଖବର ପ୍ରସାରଣ ପାଇଁ ଏଭଳି କୌଶଳ ଅବଲମ୍ବନ କରିଛି ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି. ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଗଠିତ ବିଜ୍ଞାପନ ଦର ନିର୍ଦ୍ଧାରଣ କମିଟି ସୁପାରିଶ ଅନୁଯାୟୀ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ସଫେଇ ଦେଇଛନ୍ତି. ବିଭିନ୍ନ ସମୟରେ ନ୍ୟୁଜପ୍ରିଣ୍ଟ ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ବିଜ୍ଞାପନ ମୂଲ୍ୟ ବୃଦ୍ଧି କରାଯାଇଥିବା କୁହାଯାଇଛି.

LEAVE A REPLY

Please enter your comment!
Please enter your name here