ଶୁକ୍ରବାରଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା. 11 ଦିନଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେବକୀ ଓ ବସୁଦେବଙ୍କ ବିବାହଠୁ କୃଷ୍ଣ ଜନ୍ମ ଓ କଂସ ବଧ ପର୍ଯ୍ୟନ୍ତ ସବୁ ଲୀଳା ଦର୍ଶକେ ଦେଖିବାକୁ ପାଇବେ. ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି. କଳାକାରମାନେ ପ୍ରସ୍ତୁତ ହେବା ସହ ଦର୍ଶକେ ଏହାକୁ ଉପଭୋଗ କରିବା ପାଇଁ ମଧ୍ୟ ଅପେକ୍ଷା କରି ରହିଛନ୍ତି. ଆଜିଠୁ ବରଗଡ ପାଲଟିବ ମଥୁରା ନଗରୀ ଓ ଗୋପପୁର ପାଲଟିବ ଅମ୍ବାପାଲି. ଗୋପପୁରରେ କୃଷ୍ଣଲୀଳା ଚାଲୁଥିବା ବେଳେ ମଥୁରା ନଗରୀରେ କଂସ ତାଙ୍କ ରାଜୁତି ଚଲାଇବେ. ଏଥିପାଇଁ ହାଟପଦା ପଡିଆରେ କଂସ ଦରବାର ଓ ନିଶାମଣି ପଡିଆରେ ରଙ୍ଗମହଲ ନିର୍ମାଣ କରାଯାଇଛି. 70 ବର୍ଷରେ ପାଦ ଦେଇଥିବା ଏହି ଧନୁଯାତ୍ରାକୁ ଶୁକ୍ରବାର ସନ୍ଧ୍ୟା 7ଟାରେ ବରଗଡ ଜିଲ୍ଲାପାଳ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ଅନ୍ୟପଟେ ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ. ଏଥିପାଇଁ ସେ ନିଜକୁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ କରିସାରିଛନ୍ତି ବୋଲି କହିଛନ୍ତି.

 

LEAVE A REPLY

Please enter your comment!
Please enter your name here