ବିଶ୍ବରେ ଭୟଙ୍କର ପରିସ୍ଥିତି I କରୋନାକୁ ନେଇ ସମଗ୍ର ବିଶ୍ବ ଏବେ ଏକ ହୋଇଯାଇଛି I 195 ଦେଶ ମଧ୍ୟରୁ 186ଟି ଦେଶ କରୋନା ଦ୍ବାରା ଆକ୍ରାନ୍ତ ହୋଇସାରିଛି I ଚୀନ୍, ଇଟାଲି, ଇରାନ, କୋରିଆ, ଜର୍ମାନୀ, ଫ୍ରାନ୍ସ, ଆମେରିକା, ସ୍ପେନ ଭଳି ବହୁ ପ୍ରମୁଖ ରାଷ୍ଟ୍ର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି I ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଦେଇଛନ୍ତି I ଦେଶରେ ତିନିହଜାରରୁ ଅଧିକ ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଛି I ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ଓଡିଶାରେ ଆଜି ଜନତା କର୍ଫୁର ପ୍ରଭାବ ଦେଖିବାକୁ ମିଳିଥିଲା I ସମଗ୍ର ଓଡିଶା ଶୂନଶାନ ହୋଇଯାଇଥିଲା I ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିଲା I ଖାଲି ସେତିକି ନୁହେଁ, ଲୋକେ ଘରୁ ପଦାକୁ ବାହାରି ନଥିଲେ I ସ୍ବତଃସ୍ଫୁର୍ତ୍ତ ଭାବେ ଲୋକେ କରୋନା ସଂକ୍ରମଣକୁ ରୋକିବା ପାଇଁ କର୍ଫ୍ୟୁ ନିୟମ ପାଳନ କରିଥିଲେ I କରୋନାକୁ ରୋକିବା ପାଇଁ ଭାରତ ପୂର୍ବରୁ ଅନ୍ୟଦେଶମାନେ ଏଭଳି ଜନତା କର୍ଫ୍ୟୁ ପାଳନ କରିଛନ୍ତି I ସାମାଜିକ ଦୂରତ୍ବ ହିଁ କରୋନା ସଂକ୍ରମଣରୁ ଦେଶକୁ ବଞ୍ଚାଇପାରିବ I

LEAVE A REPLY

Please enter your comment!
Please enter your name here