ଓଡିଶାରେ ଜନ୍ମ ନେଇଥିବା ପ୍ରଫେସର ଅଶୋକ ସ୍ୱାଇଁ, ଯିଏ ସମ୍ବେଦନଶୀଳ ପରିସ୍ଥିତିରେ ନିଜ ମନର କଥା କହିବାରେ ସମସ୍ତେ ତାଙ୍କୁ ଜାଣନ୍ତି, ସେ ବଲିଉଡ କଳାକାରଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେଲଫି ନେଇଛନ୍ତି. ଅଶୋକ ସ୍ୱେଡେନରେ ଜଣେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି. ବର୍ତ୍ତମାନ ବଲିଉଡର ସମସ୍ତ ତାରକା ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଲାଇନ ଲଗାଇଛନ୍ତି. ଯଦିଓ କୌଣସି କାରଣ ପାଇଂ ନୁହେଁ ବରଂ ଜଣେ ପ୍ରସଂଶକ ଭାବେ ସେମାନେ ମୋଦିଙ୍କୁ ସାକ୍ଷାତ କରୁଛନ୍ତି ବୋଲି କହିଛନ୍ତି ଅଶୋକ. ତେବେ ବଲିଉଡର କିଛି ନାମୀଦାମୀ କଳାକାର ମୋଦିଙ୍କୁ ଭେଟି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଓ କିଛି ସମୟ ମଧ୍ୟ ବିତାଇଛନ୍ତି. ପରେ ମୋଦିଙ୍କ ସହ ସେଲଫି ମଧ୍ୟ ନେଇଥିବା ନଜର ଆସିଛନ୍ତି. ତେବେ ସେଲଫି ନେଇଥିବା କଳାକାରମାନଙ୍କ ମଧ୍ୟରେ ରଣବୀର ସିଂ, ରଣବୀର କପୁର, ଭିକି କୌଶଲ, ଭୂମି ପେଡନେକର, ଆୟୁଷ୍ମାନ ଖୁରାନା, ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧାୱନ, ରାଜକୁମାର ରାଓ, ଆଲିଆ ଭଟ୍ଟ , କରନ ଜୋହର, ଅଶ୍ୱିନୀ ଆୟାର ତିୱାରୀ, ରୋହିତ ସେଟ୍ଟୀ ଓ ଏକତା କପୁର ଭଳି ପ୍ରମୁଖ କଳାକାର ଅଛନ୍ତି.

 

LEAVE A REPLY

Please enter your comment!
Please enter your name here