ଚର୍ଚ୍ଚା ଲାଗି ରହୁଥିଲା କି ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ହୋଇଥିବ । ଅର୍ଥାତ ବିଷ ଦ୍ୱାରା ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି । ଏହି କଥାରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଏମ୍ସ ପ୍ୟାନେଲ୍ ଦ୍ୱାରା ସିବିଆଇ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହା ଦ୍ୱାରା ଅନେକ ତଥ୍ୟ ପ୍ରକାଶ ପାଇଛି । ସୂଚନାନୁସାରେ, ସୁଶାନ୍ତଙ୍କୁ ବିଷ ଦିଆଯାଇ ନଥିଲା। ସୁଶାନ୍ତଙ୍କ ଭିସେରାରେ ବିଷ ମିଳି ନଥିଲା। ଏମ୍ସ ଡାକ୍ତରମାନେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷ ପାଇ ନାହାନ୍ତି । ଏମ୍ସ ରିପୋର୍ଟ ସିବିଆଇ ଯାଞ୍ଚଠୁ ଭିନ୍ନ ନୁହେଁ । ତେବେ କପୁର୍ ହସ୍ପିଟାଲର ଡାକ୍ତରମାନଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ। କପୁର୍ ହସ୍ପିଟାଲର ରିପୋର୍ଟକୁ ଆହୁରି ତନାଘନା କରିବାର ଆବଶ୍ୟକ ରହିଛି ବୋଲି କୁହାଯାଇଛି। କପୁର୍ ହସ୍ପିଟାଲ୍ ଏବେବି ପ୍ରଶ୍ନଘେରରେ ରହିଛି । ଏମ୍ସ ରିପୋର୍ଟ ଇଙ୍ଗିତ କରିଛି ଯେ, ସୁଶାନ୍ତଙ୍କ ମାମଲାରେ କପୁର୍ ହସ୍ପିଟାଲ୍ ଅବହେଳା କରିଥିଲା । କପୁର୍ ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ ଅଟୋପ୍ସି କରିଥିଲେ ଓ ଏନେଇ ଅନେକ ପ୍ରଶ୍ନ ଉଠିଥିଲା । ରିପୋର୍ଟରେ ସୁଶାନ୍ତଙ୍କ ଗଳାରେ ଥିବା ଚିହ୍ନ ନେଇ କିଛି ଉଲ୍ଲେଖ କରାଯାଇନଥିଲା । ସେଥିରେ ସୁଶାନ୍ତଙ୍କ ମୃତ୍ୟୁର ସମୟ ବିଷୟରେ ମଧ୍ୟ କୁହାଯାଇ ନଥିଲା । ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ଓକିଲ ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦେଇଥିବା ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ବର୍ତ୍ତମାନ ଏମ୍ସ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ ପରିବାର ତାଙ୍କ ଆତ୍ମହତ୍ୟାକୁ ହତ୍ୟା ବୋଲି କହିଥିଲେ। ସୁଶାନ୍ତଙ୍କ ପିତା ରିୟାଙ୍କୁ ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ବୋଲି କହିଥିଲେ । ରିୟା ସୁଶାନ୍ତଙ୍କୁ ବିଷ ଦେଇଥିବାର ଅଭିଯୋଗ କରିଥିଲେ ତାଙ୍କ ବାପା । ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି। ରିୟାଙ୍କ ବିରୋଧରେ ତିନୋଟି ଏଜେନ୍ସି ତଦନ୍ତ ଚଲାଇଛନ୍ତି । ସିବିଆଇ ଦ୍ୱାରା ରିୟାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କୋବଳ ସେତିକି ନୁହେଁ ରିୟାଙ୍କୁ ଇଡି ଏବଂ ଏନସିବି ମଧ୍ୟ ପ୍ରଶ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here