ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଦ ଗଲା ପରେ ଏବେ ବିରୋଧିଙ୍କ ଟାର୍ଗେଟରେ ମେୟର . ମେୟର ଅନନ୍ତ ନାରାୟଣ ଜେନା ଏବଂ ଗୋଲେଡନ ବାବାର ଫଟୋକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି . ଗୋଲଡେନ୍‌ ବାବା ଓରଫ୍‌ ଜ୍ୟୋତି ରଞ୍ଜନ ବେଉରାଙ୍କ ସହିତ ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି. ଏନେଇ ଶୁକ୍ରବାର ଛାତ୍ର କଂଗ୍ରେସ ଏକ ବିଶାଳ ଆନ୍ଦୋଳନ କରିଛି. ନବୀନ ନିବାସ ଘେରାଉ କରିବାକୁ ମଧ୍ୟ ଚେଷ୍ଟା କରିଛି ଛାତ୍ର କଂଗ୍ରେସ . ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା. ହେଲେ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି. ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଏକ ବିଶାଳ ସମାବେଶରେ ବାହାରି ନବୀନ ନିବାସ ମୁହାଁ ହୋଇଥିଲେ. ଫଳରେ ଶିଶୁଭବନ ଛକଠାରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା. ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ମୃଦ୍ୟୁ ଲାଠି ଚାର୍ଜ ମଧ୍ୟ କରି ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରହିଛି ।

LEAVE A REPLY

Please enter your comment!
Please enter your name here