ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁଙ୍କୁଣା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସଂପନ୍ନ ହେବା ପରେ ଶ୍ରୀଲିଙ୍ଗରାଜଙ୍କ ପହଣ୍ଡି ବିଜେ ହୋଇଥିଲା । କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ଧରି ରୁଙ୍କୁଣା ରଥଯାତ୍ରା ହୋଇପାରି ନ ଥିଲା । ସେଥିପାଇଁ ଭକ୍ତଙ୍କୁ ନିରାଶ ହେବାକୁ ପଡିଥିଲା । ମାତ୍ର ଚଳିତବର୍ଷ ରୁଙ୍କୁଣା ରଥ ଟାଣିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥାରୁଢ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ।

ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟ ସଂପାଦନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଅପରାହ୍ନ ଚାରିଟାରେ ରଥଟଣା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here