ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ପୁଣି ତିନ ତଲାକ ଅଧ୍ୟାଦେଶ ବିଲକୁ ମଞ୍ଜୁରୀ ଦେଇଛନ୍ତି. ଗୋଟିଏ ସମୟରେ ତିନ ତଲାକକୁ ଅପରାଧ ଘୋଷିତ କରିବା ପାଇଁ ସମ୍ବନ୍ଧିତ ଥିବା ଅଧ୍ୟାଦେଶକୁ ଜାରି କରିବା ପ୍ରସ୍ତାବକୁ ଗୁରୁବାର କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା. ତେବେ ପ୍ରଥମ ଅଧ୍ୟାଦେଶ ଗତ ବର୍ଷ ସେପ୍ଟେମ୍ବରରେ ଜାରି କରାଯାଇଥିଲା ଯାହା 22 ଜାନୁୟାରୀକୁ ଶେଷ ହେବାକୁ ଯାଉଛି. ଲୋକସଭାରେ ଏହି ବିଲ୍ ଗୃହୀତ ହେବା ପରେ ରାଜ୍ୟସଭାରେ ଏହାକୁ ଅଟକାଇ ଦିଆଯାଇଥିଲା ଫଳରେ ତିନ ତଲାକ ବିରୋଧୀ ବିଲ୍ ‘ଦ ମୁସଲିମ ୱମେନ ପ୍ରୋଟେକ୍ସନ ଅଫ୍ ରାଇଟସ ଇନ ମ୍ୟାରେଜ ଆକ୍ଟ’ ବିଲ୍ ଗୃହୀତ ନ ହେବା ଯୋଗୁଁ ମୋଦି ସରକାରଙ୍କୁ ଆଉଥରେ ଏହି ଅଧ୍ୟାଦେଶ ନେବାକୁ ପଡୁଛି. ଗତ ଥର ମୋଦି ସରକାର ତିନ ତଲାକ ବିରୋଧୀ ବିଲ ଗୃହୀତ କରାଇ ମୁସଲିମ ମହିଳାଙ୍କୁ ତିନ ତଲାକରୁ ମୁକ୍ତି ଦେବା ପାଇଁ ଚେଷ୍ଟା କରିଥିଲେ. ମାତ୍ର ସଫଳ ହୋଇପାରିନଥିଲେ

LEAVE A REPLY

Please enter your comment!
Please enter your name here