ଚଳିତ ବର୍ଷ ବିନା ଆଙ୍କରରେ ଅନୁଷ୍ଠିତ ହେବ 91ତମ ଓସ୍କାର ଆୱାର୍ଡ ସେରିମନି. ଗୋଟିଏ ହୋଷ୍ଟ ରହିବା ସ୍ଥାନରେ ବିଭିନ୍ନ ପର୍ଯ୍ୟାୟରେ ହଲିଉଡ ସେଲିବ୍ରିଟିଜଙ୍କ ମାଧ୍ୟମରେ ଆୱାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି. ତେବେ 30 ବର୍ଷରେ ବିନା ହୋଷ୍ଟରେ ଏହି ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମ ଆୟୋଜନ କରାଯିବ. ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ଫେବୃୟାରୀ 25 ତାରିଖରେ ଏହା ଡଲ୍ବୀ ଥିଏଟରରେ ଅନୁଷ୍ଠିତ ହେବ. 1929 ମସିହାରେ ପ୍ରଥମଥର ପାଇଁ ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା. ସେବେଠାରୁ ଆରମ୍ଭ କରି 1939, 1969, 1970 ,1971 ଓ 1989ରେ ହୋଇଥିବା ସେରିମନିକୁ ମିଶାଇ 5 ଥର ବିନା ହୋଷ୍ଟରେ ଏହାକୁ ଆୟୋଜିତ କରାଯାଇଥିଲା. ବର୍ତ୍ତମାନ 30 ବର୍ଷ ପରେ ପୁଣି ବିନା ହୋଷ୍ଟରେ ଏହା ଆୟୋଜିତ ହେବାକୁ ଯାଉଛି.

 

LEAVE A REPLY

Please enter your comment!
Please enter your name here