ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଦାରିଙ୍ଗବାଡିସ୍ଥିତ ସରକାରୀ ସେବାଶ୍ରମ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ କନ୍ୟା ସନ୍ତାନକୁ ଜନ୍ମଦେବା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଛି ।

ଗତକାଲି ପ୍ରସବ ପରେ ଉଭୟ ନାବାଳିକା ଓ ଶିଶୁକୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀ ନିବାସରେ ରହୁଥିବା ନାବାଳିକା ଜଣକ ଶନିବାର ବିଳମ୍ବିତ ରାତିରେ ବାଥରୁମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏହାସହ ମାଟ୍ରନ ମଞ୍ଜୁଲା ଦିଗାଲ ଓ ସୌଦାମିନୀ ସିଂଙ୍କୁ ଜିଲ୍ଲାପାଳ ଚାକିରିରୁ ବହିଷ୍କାର କରିଛନ୍ତି । ସ୍କୁଲର ଏଏନଏମ ସୌଦାମିନୀ ପ୍ରଧାନ, ସିସିଏ ସୁମିତ୍ରା ମାଝୀ ଓ ରଶ୍ମିତା ପ୍ରଧାନ, ଲେଡି ବାଚ ଏଣ୍ଡ ବାର୍ଡ ଲତା ପ୍ରଧାନଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଚାକିରିରୁ ବହିଷ୍କାର କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସରକାରଙ୍କୁ ଘଟଣାକ୍ରମର ସମସ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ଡିଡବ୍ଲଓ ଚାରୁଳତା ମଲିକ । ଏହା ଭିନ୍ନ ସ୍କୁଲର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ତୁରନ୍ତ ଅନ୍ୟତ୍ର ବଦଳି କରାଯାଉଛି

LEAVE A REPLY

Please enter your comment!
Please enter your name here