ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି. ଅନ୍ୟପଟେ ମକର ସଂକ୍ରାନ୍ତିକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ମଧ୍ୟ କରାଯାଏ. ପ୍ରତିବର୍ଷ 14 କିମ୍ବା 15 ତାରିଖରେ ମକର ସଂକ୍ରାନ୍ତି ପଡିଥାଏ. ଏହିଦିନ ମାନସିକଧାରୀ ଉପବାସ ମଧ୍ୟ ରଖିଥାନ୍ତି. ତେବେ ଓଡିଶାରେ ଏହି ମକର ସଂକ୍ରାନ୍ତିକୁ ଅତି ଆନନ୍ଦର ସହ ସମସ୍ତେ ପାଳନ କରିଥାନ୍ତି ଏବଂ ଏହିଦିନ ପିଲାମାନେ ଗୁଡି ମଧ୍ୟ ଉଡାଇଥାନ୍ତି. ମକରସଂକ୍ରାନ୍ତି ଦିନ ପୁରୀରେ ମଧ୍ୟ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧରଣ ବ୍ୟବସ୍ଥା କରାଯାଇଛି. ଶ୍ରୀଜିଉଙ୍କ ମକର ବେଶ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି. ଅନ୍ୟପଟେ ଖୋର୍ଦ୍ଧା ଅଟ୍ରୀରେ ମଧ୍ୟ ସୋମବାରଠୁ ମକର ମେଳା ଆରମ୍ଭ ହେଉଛି. ଏହାଛଡା ସକାଳୁ ସକାଳୁ ଅଟ୍ରୀ ଉଷ୍ଣ ପ୍ରସବଣରେ ବୁଡ ପକାଇବା ପାଇଁ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି.