ମଙ୍ଗଳବାର ଓଡିଶାର ବଲାଙ୍ଗିରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ, 2 କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ଦଳୀୟ କର୍ମୀ. ସ୍ୱତନ୍ତ୍ର ହେଲିକପ୍ଟର ଯୋଗେଁ ବଲାଙ୍ଗିରରେ ପହଁଞ୍ଚିଥିଲେ ମୋଦି. ସେଠାରେ ପହଁଞ୍ଚି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିଛନ୍ତି ମୋଦି .ଝାରସୁଗୁଡାର ବହୁମୁଖୀ ଆନୁଷଙ୍ଗିକ ପାର୍କକୁ ଉଦଘାଟନ କରିଛନ୍ତି. ଏହାସହ ଭିଡିଓ କନଫରେନ୍ସିଂ ଯୋଗେ ଖୋର୍ଦ୍ଧା-ବଲାଙ୍ଗିର ପଟୁ ଆରମ୍ଭ ହେବାକୁ ଥିବା ରେଳ ଲାଇନର ୧୩.୫ କିମି ଦୋହରୀକରଣକୁ ଶୁଭାରମ୍ଭ କରିଛନ୍ତି. ବଲାଙ୍ଗିର-ବିଛୁପାଲି ଷ୍ଟେସନ ମଧ୍ୟରେ ନୂତନ ଟ୍ରେନର ଲୋକାର୍ପଣ କରିଛନ୍ତି. ସେହିପରି ସୋନପୁରଠାରେ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠାର ଶିଳାନ୍ୟାସ କରିଛନ୍ତି. ଏହା ବ୍ୟତୀତ ୬ଟି ଜିଲ୍ଲା ଜଗତସିଂହପୁର, ବରଗଡ, ପୁରୀ, କନ୍ଧମାଳ, କେନ୍ଦ୍ରାପଡା ଏବଂ ବଲାଙ୍ଗିରର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିଛନ୍ତି ମୋଦୀ.
ଏହି ଅବସରରେ ମୋଦୀ କହିଛନ୍ତି କି, ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନ ଜାରି ରହିଛି. ରାଜ୍ୟକୁ ଅନେକ ପରିଯୋଜନାରେ ସାମିଲ କରାଯାଇଛି. ଯାହା ଶିକ୍ଷା, ପର୍ଯ୍ୟଟନଏବଂ ଗମନାଗମନ ସହ ଜଡିତ. ରାଜ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ଚାହିଦା ବୃଦ୍ଧି ପାଉଛି. ଗୁଣାତ୍ମକ ଶିକ୍ଷାକୁ ନଜରରେ ରଖି ଏଠାରେ ୨୦୧୪ପରେ ବହୁଳ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି.
ମୋଦୀ ଆହୁରି କହିଛନ୍ତି ଯେ, ଗମନାଗମନର ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ. ପ୍ରାୟ ୬ଟି ରେଳ ଲାଇନ ପାଇଁ ରାଜ୍ୟ ଦେଶର ଅନ୍ୟ ରାଜ୍ୟ ସହ ଜୋଡିହେବ. କୃଷକମାନେ ଭଲ ବ୍ୟବସାୟ କରିପାରିବେ. ଯୁବକମାନେ ମଧ୍ୟ ଦେଶର ଅନ୍ୟ ରାଜ୍ୟକୁ ଉଚ୍ଚ ଶିକ୍ଷାଲାଭ ପାଇଁ ଯାଇପାରିବେ. ଏହା ସହ ଝାରସୁଗୁଡାରେ ମଲଟି ମୋଡାଲ ଲଜିଷ୍ଟିକ ପାର୍କକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି.
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂହଦେବ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଦି ଉପସ୍ଥିତ ରହିଥିଲେ.

LEAVE A REPLY

Please enter your comment!
Please enter your name here