ପୁଣି ଧୋକ୍କା ଦେଲା ଜନନୀ ସେବା । ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନା ଅଞ୍ଚଳର ଦୋରାଘାଟ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ମିଳିପାରିଲାନି ଜନନୀ ସେବା । ଆଜି ସକାଳୁ ସେ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ । ମାତ୍ର ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଡଙ୍ଗାରେ ମେଡିକାଲ ଆଣିଥିଲେ । ମାତ୍ର ଡଙ୍ଗା ଭିତରେ ହିଁ ମହିଳା ଜଣକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ଏକ ଗାଡି ଭଡା କରି ଲୋକେ ମେଡିକାଲ ନେଇଥିଲେ । ମା’ ଓ ଶିଶୁ ସୁସ୍ଥ ଅଛନ୍ତି ।

LEAVE A REPLY

Please enter your comment!
Please enter your name here