ନିର୍ବାଚନ ଜିତିଲେ ପ୍ରତି ଘରକୁ ମାଗଣା ବିଦ୍ୟୁତ ଦେବୁ । ଚବିଶ ଘଣ୍ଟା ଏବଂ ତିନିଶହ ୟୁନିଟ ବିଦ୍ୟୁତ ମାଗଣାରେ ପାଇପାରିବେ ରାଜ୍ୟର ପ୍ରତ୍ୟେକ ପରିବାର । ପଞ୍ଜାବବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଆସୁଥିବାରୁ କେଜ୍ରିଓ୍ବାଲ ଭୋଟ ପାଇବା ପାଇଁ ଏଭଳି ଘୋଷଣା କରିଛନ୍ତି । କେଜ୍ବିଓ୍ୱାଲ କହିଛନ୍ତି, ଦିଲ୍ଲୀରେ ଆମେ ଆମ ସଂକଳ୍ପ ପୁରା କରି ଦେଖାଇ ସାରିଛୁ । ତେଣୁ କେବଳ ନିର୍ବାଚନକୁ ଆଖି ଆଗରେ ରଖି ଅନ୍ୟ ରାଜନୈତିକ ଦଳ ଭଳି ଆମ ଆଦମୀ ପାର୍ଟି ଘୋଷଣା କରେନାହିଁ । ତିନିଶହ ୟୁନିଟ ମାଗଣା ବିଦ୍ୟୁତ ପାଇଲେ ପଞ୍ଜାବର 77 ରୁ 80 ପ୍ରତିଶତ ଲୋକଙ୍କର ବିଦ୍ୟୁତ ବିଲ୍ ଶୂନ୍ ହୋଇଯିବ । ପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ମଧ୍ୟ କେଜ୍ରିଓ୍ୱାଲ ଲୋକଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଏବଂ ସରକାରକୁ ଆସିବା ପରେ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here