ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗାମୀ ଫେବ୍ରୁଆରି ୭ରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ନବୀନ ସରକାରଙ୍କ ୪ର୍ଥ ଇନିଂସରେ ଏହା ହେବ ଶେଷ ବଜେଟ । ବଜେଟ ଅଧିବେଶନ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବଜେଟ ଫେବ୍ରୁଆରି ୪ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ । ବଜେଟର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ପ୍ରଦାନ କରିବେ। ଫେବ୍ରୁଆରି ୫ରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବର ଆଲୋଚନା କାର୍ଯ୍ୟକ୍ରମ ହେବ। ଏହା ପରେ ୭ରେ ବଜେଟ ଅଧିବେଶନ ବସିବା ପରେ ୮ରେ ବ୍ୟୟ ମଂଜୁରୀ ବିଲ୍‌ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here