ମଙ୍ଗଳବାରଠୁ ପ୍ରୟାଗରାଜ କୁମ୍ଭମେଳା ଆରମ୍ଭ ହୋଇଥିବା ବେଳେ ସେଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି. ଆଉ ଏହାରି ଭିତରେ ଗଙ୍ଗା ଜଳରେ ସ୍ନାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ. ସେ ଗଙ୍ଗା ଜଳରେ ବୁଡ ପକାଉଥିବାର ଏକ ଫଟୋ ମଧ୍ୟ ଟ୍ୱିଟ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି.  ଆଉ କ୍ୟାପସନରେ ହର୍ ହର୍ ଗଙ୍ଗେ ମଧ୍ୟ ଲେଖିଛନ୍ତି. ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କୁମ୍ଭ ମେଳାକୁ ନେଇ ଶୁଭେଚ୍ଛା ଜଣାଇସାରିଥିବା ବେଳେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଭାରତର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ବନ୍ଧରେ ବିଶେଷ ଜ୍ଞାନ ପ୍ରାପ୍ତ ହେବ ବୋଲି ସେ କାମନା କରିଛନ୍ତି ଏବଂ ଅଧିକରୁ ଅଧିକ ଲୋକ ଏହି ମେଳାର ଏକ ଅଂଶ ହୁଅନ୍ତି ବୋଲି ମୋଦି ଇଚ୍ଛା ପ୍ରକଟ କରିଛନ୍ତି.

LEAVE A REPLY

Please enter your comment!
Please enter your name here