ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲି ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି. ଫଳରେ ଏହି ମାମଲାରେ 8 ଜଣ ବେପାରୀଙ୍କୁ ଅଟକ ରଖିଛି ବନ ବିଭାଗ. ମିଳିଥିବା ସୂଚନା ଅନୁସାରେ, ବଜ୍ରକାପ୍ତା ଚୋରା ଚାଲାଣର ଖବର ବନ ବିଭାଗକୁ ପହଞ୍ଚିଥିଲା ଏବଂ ସେହି ବେପାରୀମାନେ ଚିତ୍ରାଙ୍ଗପାଲି ଜଙ୍ଗଲରୁ  ବଜ୍ରକାପ୍ତା ନେଇ ଥାଇଲାଣ୍ଡକୁ 20 ଲକ୍ଷ ଟଙ୍କାରେ ଚାଲାଣ କରୁଥିଲେ. ପରେ ବନ ବିଭାଗ ସେମାନଙ୍କୁ ଧରିଥିଲା. ତେବେ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ବର୍ତ୍ତମାନ ତାର ତଦନ୍ତ ଚାଲିଛି.

LEAVE A REPLY

Please enter your comment!
Please enter your name here