ଦୁନିଆରେ ସବୁଠୁ ବେଶି ବ୍ୟବହାର କରୁଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପ୍ ର ସୁରକ୍ଷା ପାଇଁ ଏବେ ଏକ ନୂଆ ଫିଚର ଯୋଡି ହୋଇଛି. ଏହା ବର୍ତ୍ତମାନ ଆଣ୍ଡ୍ରଏଡ ଡିଭାଇସ ପାଇଁ ଥିବା ବେଳେ ବିଟା ଭର୍ସନରେ ଅଛି. ଏହି ପରିପ୍ରେକ୍ଷୀରେ ଅଥେଣ୍ଟିକେସନ ପାଇଁ ବାୟୋମେଟିକ ବ୍ୟବହାର କରାଯାଇଛି. ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀମାନେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ହ୍ୱାଟସ ଆପ୍ ଲକ୍ କରିପାରିବେ ଯେପରି ସ୍ମାର୍ଟ ଫୋନ କରାଯାଏ. ଏହି ଫିଚରକୁ କମ୍ପାନୀ ଷ୍ଟେବଲ ବ୍ଲେଡ ସହ କେବେ ସବୁ ବ୍ୟବହାରକାରୀଙ୍କୁ ପ୍ରଦାନ କରିବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ. ହେଲେ ବର୍ତ୍ତମାନ ଏହାର ଟେଷ୍ଟିଂ ସଂପୂର୍ଣ୍ଣ ହୋଇଛି. ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ପ୍ରଥମେ ଫେସ ଆଇଡି ସପୋର୍ଟ ଥିବା ବେଳେ ପରେ ପୁରୁଣା ଆଇଫୋନ ପାଇଁ ଫିଙ୍ଗରପ୍ରିଣ୍ଟ ସପୋର୍ଟ ଦିଆଯିବ. ଏହି ଫିଚରକୁ ଏନବେଲ କରିବା ପାଇଁ ହ୍ୱାଟସ ଆପ୍ ସେଟିଂରେ ଏକ ନୂଆ ଅପ୍ସନ ଯୋଡିହେବ. ସେଠାରେ ପ୍ରାଇଭେସି ସେଟିଂରେ ଅଥେଣ୍ଟିକେସନ ଫିଚର ଉପଲବ୍ଧ ହେବ. ସେହି ସେକ୍ସନରେ ଯାଇ ଜଣେ ବ୍ୟକ୍ତି ଫିଙ୍ଗରପ୍ରିଣ୍ଟ ଅପ୍ସନ ଚୟନ କରିପାରିବ. ଏହି ନୂଆ ଫିଚର ହେଉଛି Android Marshmallow. ଏହା ଆଣ୍ଡ୍ରଏଡ ଭର୍ସନ ଉପଭୋକ୍ତାଙ୍କୁ ମିଳିବ, ଯାହାର ଫୋନରେ ଫିଙ୍ଗରପ୍ରିଣ୍ଟ ସ୍କାନର ଥିବ.

LEAVE A REPLY

Please enter your comment!
Please enter your name here