ଅପେକ୍ଷାର ହେଲା ଅନ୍ତ । ପୁଣି ପୁରିଲା ଭକ୍ତଙ୍କ ମନ । ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କଟକଣା ଭିତରେ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମନ୍ଦିର ପ୍ରଶାସନ ତରଫରୁ ଜାରି ରହିଥିବା ଗାଇଡଲାଇନ୍ ଅନୁସାରେ ଚାଲିଛି ଦର୍ଶନ କାର୍ଯ୍ୟକ୍ରମ । ସକାଳ ୭ରୁ ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡରେ ଆସି ସମାଜିକ ଦୂରତା ବଜାୟ ରଖି ଜା ଆଖିକୁ ଦର୍ଶନ କରୁଛନ୍ତି ଭକ୍ତ । ତେବେ ଦୁଇଟି ଡୋଜ୍ ନେଇଥିବା ଟିକା ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟାର ଆରଟିପିସିଆର କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ଦର୍ଶନ ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ ବି କରାଯାଇଛି । ପୂର୍ବରୁ ୧୬ ତାରିଖରୁ ୱାର୍ଡବାରୀ ଦର୍ଶନ କରିଥିଲେ ପୁରୀବାସିନ୍ଦା ।

LEAVE A REPLY

Please enter your comment!
Please enter your name here