ଆସନ୍ତା ଅଗଷ୍ଟରୁ ରବିବାର ଓ ଗେଜେଟ୍ ଭୁକ୍ତ ଛୁଟି ଦିନରେ ବି ଦରମା ଆକାଉଣ୍ଟକୁ ଆସିବ । ଅଗଷ୍ଟ ୧ ତାରିଖ ଠାରୁ ନ୍ୟାସନାଲ ଅଟୋମେଟଡ କ୍ଲିଅରିଂ ହାଉସ୍ ବା ଲାର୍ଜ ସପ୍ତାହର ସବୁଦିନ ଖୋଲା ରହିବ ।ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସେ କହିଛନ୍ତି, ଖାଉଟି ମାନଙ୍କ ସୁବିଧା ଦୃଷ୍ଟିରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ । ନ୍ୟାସନାଲ ପେମେଣ୍ଟ, କର୍ପୋରେସନ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ଲାର୍ଜ ଦରମା, ଲାଭାଂସ, ସୁଧ, ପେନସନ, ବିଦ୍ୟୁତ୍ , ଏଲପିଜି, ସବସିଡି, ଟେଲିଫୋନ, କିସ୍ତି, ଋଣ, ଇଏମଆଇ, ମ୍ୟୁଚୁଆଲ, ଡେବିଟ ଆଦି ପାଇଁ ପ୍ରଦାନ କରିଥାଏ । ପ୍ରତିଦିନ ଏହି କାର୍ଯ୍ୟ ଚାଲିଥିବାବେଳେ ରବିବାର ଓ ଅନ୍ୟାନ୍ୟ ଗେଜେଟ୍ ଭୁକ୍ତ ଛୁଟିରେ ଏହା ବନ୍ଦ ରହିଥାଏ । ମାତ୍ର ନୂଆ ନିୟମ ପାଇଁ ଏଣିକି ଛୁଟି ଦିନରେ ବି ଏହା କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଛୁଟି ଦିନରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ବିଭିନ୍ନ ଅଟୋ ପେମେଣ୍ଟ ଓ ଅଟୋ ଡେବିଟ୍ ପ୍ରକ୍ରୀୟା ବନ୍ଦ ରହିଥାଏ । ମାତ୍ର ନୂଆ ନିୟମ ଅନୁସାରେ, ୨୪ ଘଣ୍ଟିଆ ସୁବିଧା ଉପଲବ୍ଧ ହେବ । ବର୍ତ୍ତମାନ କୋଭିଡ ସଙ୍କଟ କାଳରେ ଅଟୋ ଟ୍ରାନ୍ସଫର ସୁବିଧା କାର୍ଯ୍ୟକାରୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here