ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ଆପୋଲୋ ହସପିଟାଲ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଏହି ସୂଚନା ଦେଇଛନ୍ତି । ଅଜିତ ମଙ୍ଗରାଜଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଜିତ ମଙ୍ଗରାଜଙ୍କ ବିୟୋଗରେ କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ପିସିସି ସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here