ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ । ବିଧାୟକଙ୍କରେ ବିରୋଧରେ ତାଙ୍କ ବାନ୍ଧବୀ ଆଣିଥିବା ସେକ୍ସ ର‌୍ୟାକେଟ କାରବାର ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଏସପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି । ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପକ୍ଷ ତଦନ୍ତ ପାଇଁ ଜୁଲାଇ ୭ ତାରିଖରେ ଜଗତସିଂହପୁର ଏସପି ଚିଠି ଲେଖିଥିଲେ । ବିଧାୟକ ବିଜୟ ଶଙ୍କର ସେକ୍ସ ର‌୍ୟାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏନେଇ ଜଗତିସଂହପୁର ଥାନା ପୋଲିସ କେସ୍ ନମ୍ବର ୩୯୭/୨୦୨୨ରେ ଗୋଟିଏ ମାମଲା ରୁଜୁ କରିଥିଲେ । ବିଜୟ ଶଙ୍କର ଜଣେ ବିଧାୟକ ହୋଇଥିବାରୁ ଏ ମାମଲା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସପି ଚିଠିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here