ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମି ପାର୍ଟି । ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ସେହିପରି ୭୩ ପ୍ରତିଶତ ଲୋକ ଇସୁଦାନ ଗଡୱୀଙ୍କୁ ପସନ୍ଦ କରିଥିବାରୁ କେଜ୍ରିୱାଲ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ।
ଇସୁଦାନ ଗଡୱୀ ଗୁଜରାଟୀ ନ୍ୟୁଜ୍ ଚ୍ୟାନେଲ ଭି ଟିଭିର ଜଣେ ସାମ୍ବାଦିକ । ସେ ନ୍ୟୁଜ୍ ଏଡିଟର ଭାବେ କାମ କରନ୍ତି । ଗୁଜରାଟର ପପୁଲାର ସୋ ମହାମନ୍ଥନ ଲାଗି ସେ ଘରେ ଘରେ ପରିଚିତ ।

LEAVE A REPLY

Please enter your comment!
Please enter your name here