58 ବର୍ଷ ପରେ ଭାରତକୁ ମିଳିଲା ଐତିହାସିକ ସଫଳତା । ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପର ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଆଣିଦେଇଛନ୍ତି । 2022 ବିଶ୍ବ ଚାମ୍ପିଅନସିପରେ ଏହି ଦୁଇ ଖେଳାଳି ବ୍ରୋଞ୍ଚ ପଦକ ଜିତିଥିଲେ । ତେବେ ଆଜିର ମ୍ୟାଚରେ ପ୍ରଥମ ସେଟରେ ଦୁଇ ଖେଳାଳି ପଛରେ ରହିଥିଲେ । ମାତ୍ର ଦ୍ବିତୀୟ ସେଟରେ ବେଶ୍ ଆକ୍ରମଣାତ୍ମକ ଭାବେ ଭାରତୀୟ ଖେଳାଳି ଖେଳିବା ସହ ମାଲେସିଆର ୱଙ୍ଗ ୟେୱ ସିନ ଓ ଟେଓ ଇ ୟିଙ୍କୁ ପରାସ୍ତ କରିଥିଲେ । ଦୀର୍ଘ 58 ବର୍ଷ ପରେ ଭାରତ ସ୍ବର୍ଣ୍ଣ ଜିତିବା ଦେଶବାସୀଙ୍କ ମନରେ ଖୁସିର ଲହରୀ ଆଣିଦେଇଛି । ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଦୁଇ ଖେଳାଳିଙ୍କୁ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । 1965 ମସିହାରେ ଭାରତ ଶେଷଥର ପାଇଁ ପୁରୁଷ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here