ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନ୍‌ରେ ହୋଇପାରିବ ଟିକେଟ୍ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ସ୍ୱତନ୍ତ୍ର ପୂଜା ଏବଂ ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଟିକେଟ କରିପାରିବେ ଦେଶ ବିଦେଶର ଭକ୍ତ । ରହିବ ଓଡିଆ , ହିନ୍ଦି, ଇଂରାଜୀ ଭାଷାର ବିକଳ୍ପ । ଏହି ୱେବ୍ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର‌୍ୟ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କେଉଁ ସମୟରେ ଖୋଲୁଛି ଓ ବନ୍ଦ ହେଉଛି, ମନ୍ଦିରରେ ହେଉଥିବା ବିଭିନ୍ନ ପ୍ରକାରର ସେବା ସମ୍ପର୍କରେ ଶ୍ରଦ୍ଧାଳୁ ତଥ୍ୟ ପାଇପାରିବେ।
ଏହାସହ ଯେଉଁ ମନ୍ଦିରକୁ ଚାହିଁବେ ସେହି ମନ୍ଦିରକୁ ଦାନ ମଧ୍ୟ କରିପାରିବେ। ମନ୍ଦିର ଗୁଡ଼ିକର ଜମା ଖାତା ସରକାରୀ ବ୍ୟାଙ୍କରେ ରହିବ। ହେଲେ ଅନଲାଇନ୍ ପେମେଣ୍ଟ ପାଇଁ ପେମେଣ୍ଟ ଗେଟ୍‌ୱେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ରହିବ ବୋଲି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here