ବାରବାଟୀ ଲଢେଇ ପାଇଁ ବଢୁଛି ଉତ୍କଣ୍ଠା । ରବିବାର ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ସାଉଥ୍ ଆଫ୍ରିକା । ମ୍ୟାଚ ପୂର୍ବରୁ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିଅମରେ ପହଁଞ୍ଚିଛନ୍ତି ଟିମ୍ ସାଉଥଆଫ୍ରିକା । ମେ ଫେୟାର ହୋଟେଲରୁ ବସରେ ବାହାରିଥିଲେ ଖେଳାଳୀ । କଡା ସୁରକ୍ଷା ମଧ୍ୟରେ ୨ଟି ସ୍ୱତନ୍ତ୍ର ବସରେ ବାରବାଟୀରେ ପହଁଞ୍ଚିଛନ୍ତି । କାଲି ଟି-ଟ୍ୱେଣ୍ଟି ମୁକାବିଲା ପୂର୍ବରୁ ଆଜି ଅଭ୍ୟାସ କରିବେ ଖେଳାଳି । ଅପରାହ୍ନ ୧ଟାରେ ପ୍ରଥମେ ଯିବେ ଦକ୍ଷିଣ ଆଫ୍ରିକା ଟିମ୍‌ ସଦସ୍ଯ, ସନ୍ଧ୍ୟା ୫ଟାରେ ଭାରତୀୟ ଦଳ କରିବ ପ୍ରାକ୍ଟିସ୍‌ ।

LEAVE A REPLY

Please enter your comment!
Please enter your name here