ରବିବାର ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି । ତେବେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ । ୩ଡିସିପି, ୭ ଅତିରିକ୍ତ ଏସପି, ୩୨ ଜଣ ଏସିପି ମୁତୟନ ହେବେ । ୪୫ ଇନସ୍ପେକ୍ଟର, ୨୭୦ ଏସଆଇ ରାଙ୍କ ଅଧିକାରୀ ମୁତୟନ ହେବେ । ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନେଷ୍ଟବଲ ରହିବେ । ଫୋପାଡିଲା ଭଳି କୌଣସି ଜିନିଷ ନେଇପାରିବେନି ଦର୍ଶକ । ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା । ମ୍ୟାଚ ବକ୍ସ, ହେଲମେଟ୍‌, ବ୍ୟାଗ ମଧ୍ୟ ଷ୍ଟାଡିୟମ ଭିତରକୁ ନେବାକୁ ଅନୁମତି ନାହିଁ । ମୋବାଇଲ ଓ ଚଷମା ଛାଡି ଆଉ କିଛି ଷ୍ଟାଡିୟମକୁ ଛଡାଯିବନି । ଖଚୁରା ପଇସା ନଆଣିବାକୁ ମଧ୍ୟ କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ଅପରାହ୍ନ ୩ଟାରେ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲାଯିବ । ଗାଡି ପାର୍କିଂ ପାଇଁ ବାଲିଯାତ୍ରା ପଡିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here