ପଞ୍ଚଭୂତରେ ବିଲୀନ ହୋଇଗଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପାର୍ଥୀବ ଶରୀର । ସରିଗଲା ରାଜନୀତି, ଚିରନିଦ୍ରାରେ ଶୋଇଗଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରିୟ ନେତାଙ୍କୁ ଟିକିଏ ଶେଷ ଦର୍ଶନ ପାଇଁ ଜନସମାଗମ ହୋଇପଡିଥିଲା ଝାରସୁଗୁଡା ସହର । ନବ ଦାସ ଅମର ରହେ ନାରାରେ ଶୋଭାଯାତ୍ରା ବାହାରିଥିଲା । ହଜାର ହଜାର ସମର୍ଥକଙ୍କ ଗୋଟିଏ ନାରା ଦୋଷୀକୁ ହେଉ ଫାଶୀ । ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସମର୍ଥକ, ପରିବାର ଏବଂ ସାଧାରଣ ଲୋକ । ରାଜନୀତିରେ ନବଙ୍କୁ ବିରୋଧ କରୁଥିବା ବିରୋଧୀ ବି ଆଜି ସ୍ତବ୍ଧ । ବାପାଙ୍କ ମରଶରୀର ପାଖରେ ଛାତି ଫଟାଇ କାନ୍ଦୁଛନ୍ତି ପୁଅ-ଝିଅ । ଝାରସୁଗୁଡା ସରବାହାଲ ସ୍ଥିତ ବାସଭବନରୁ ବାହାରିଥିଲା ନବଙ୍କ ମରଶରୀର । ବେହେରାମାଲ କିଶନ ଛକରୁ ବାହାରିଥିଲା ଶୋଭାଯାତ୍ରା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ସାଧାରଣ ଦର୍ଶନ ପାଇଁ ମନମୋହନ ଏମଇ ସ୍କୁଲରେ ମର ଶରୀରକୁ ରଖାଯାଇଥିଲା । ଏହାପରେ ସେଠାରୁ ଖେରୁଆଲକୁ ନିଆଯାଇଥିଲା । ଖେରୁଆଲରେ ସମ୍ପନ୍ନ ହୋଇଛି ଅନ୍ତିମ ସଂସ୍କାର ।

LEAVE A REPLY

Please enter your comment!
Please enter your name here