ଆଉ ନାହାଁନ୍ତି ଉମେଶ ଚନ୍ଦ୍ର ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କର ଦେହାନ୍ତ ହୋଇଛି । ଜଗତସିଂହପୁର ବାଲିକୁଦାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୨୦୧୪ରେ କଂଗ୍ରେସ ଛାଡି ସେ ବିଜେଡିରେ ମିଶିଥିଲେ । ବିଜୁ ବାବୁଙ୍କ ଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଜନ୍ମମାଟି ମାଛ ଗାଁରେ ଉମେଶଙ୍କର ଶେଷକୃତ୍ୟ ହେବ ।

LEAVE A REPLY

Please enter your comment!
Please enter your name here