କରୋନା ଆତଙ୍କ ପାଇଁ ମନ୍ଦିରଗୁଡିକରେ ସାମୟିକ କଟକଣା ଆରମ୍ଭ ହୋଇଛି I ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଣାର୍କ ମନ୍ଦିରକୁ ସପ୍ତାହେ ବନ୍ଦ ରଖିବାକୁ ଘୋଷଣା କରାଯାଇଛି I ଲୋକଙ୍କ ଏକାଠି ହେବା ଉପରେ କଟକଣା ଜାରି କରାଯାଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି I

LEAVE A REPLY

Please enter your comment!
Please enter your name here