ଆକ୍ସନ ମୋଡ୍ ରେ ମୋହନ ସରକାର । ପ୍ରଥମ ଦିନ କ୍ୟାବିନେଟ ବୈଠକରେ ଚାରୋଟି ବଡ ନିଷ୍ପତ୍ତି ନେବା ଏବଂ ଆଜି ସକାଳୁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପରେ ମୋହନ ମାଝୀଙ୍କ ସରକାର ଆଜି ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ ଆରମ୍ଭ କରିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକସେବା ଭବନର ତୃତୀୟ ମହଲାରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ଅତିଥି ଭବନରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ସଂଗଠନ, କର୍ମଚାରୀ ସଂଘ, ପଦାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବିଧାନସଭା ଅଧିବେସନ ଡାକିବା ପାଇଁ ବିଭାଗୀୟ ସଚିବଙ୍କ ସହ ଆଲୋଚନା ହୋଇଛି । ତେବେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ପ୍ରକ୍ରିୟା ଜାରି ରହିଥିବାରୁ ବିଭାଗ ବଣ୍ଟନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here