ପରୀ ପ୍ରସଙ୍ଗ ମ୍ୟାନେଜ ହୋଇଗଲା । ପରୀ ଘଟଣାର ଏସଆଇଟି ତଦନ୍ତ ଘୋଷଣା ରାଜ୍ୟ ସରକାର ଦାୟିତ୍ବ ଶେଷ କଲେ । ବିଜେପି ନେତାଏ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ରାସ୍ତାକୁ ଓହ୍ଲେଇଛନ୍ତି । ଏସଆଇଟି ତଦନ୍ତ ଘୋଷଣା ପରେ ଚୁପ୍ ରହିଥିବା କଂଗ୍ରେସରେ ଏବେ ମତପାର୍ଥକ୍ୟ । ବିଧାୟକ ସନ୍ତୋଷ ସିଂ ସାଲୁଜା କହୁଛନ୍ତି, ବିଧାୟକ ଦଳ ନେତାଙ୍କ ନିଷ୍ପତ୍ତିରେ ସେ ରାଜି ନୁହଁନ୍ତି । ସୁର ରାଉତରାୟ କହୁଛନ୍ତି, ଆମେ ମ୍ୟାନେଜ ହେଲୁ ବୋଲି ତ ପରୀ ଆନ୍ଦୋଳନରୁ ଓହରିଗଲୁ । ଏଭଳି ସ୍ଥିତିରେ ପରୀ ଇସ୍ୟୁ ଆଉ ଯେପରି ବେଶୀ ଦିନ ସତେଜ ନରହିବ, ସେଥିପାଇଁ ସରକାର ଗୋଟି ଚଳାଇଛନ୍ତି । ଗୋଟିଏ ପଟେ ଦଳରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଦା କରି ସମସ୍ତଙ୍କ ନଜର ପରୀ ପ୍ରସଙ୍ଗରୁ ହଟାଇବାରେ ସଫଳ ହୋଇଛନ୍ତି । ଅନ୍ୟପଟରେ ଡିସେମ୍ବର 31 ତାରିଖ ଯାଏଁ ଚାଲିବାକୁ ଥିବା ବିଧାନସଭାକୁ ଅଧାରୁ ମୁଲତବୀ ଘୋଷଣା କରିବାରେ ମଧ୍ୟ ସମର୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here