ପ୍ରଚଣ୍ଡ ଖରାରେ ହନ୍ତସନ୍ତ ଜନଜୀବନ । ସବୁଠି ଏବେ ଖରାର ଦାଉ । ଅସହ୍ୟ ଗୁଳୁଗୁଳିରେ ଘରୁ ବାହାରିବାକୁ ଡରିଲେଣି ଲୋକେ । ଏଭଳି ସ୍ଥିତିରେ ପାଣିପାଗ ବିଭାଗ ଆକଳଣ କଲାଣି ଆଗକୁ ଆହୁରି ବର୍ଷିବ ନିଆଁ । ଜଳିବ ଓଡିଶା, ଆଉଟୁସାଉଟୁ ହେବେ ଲୋକେ । ୭ ଜିଲ୍ଲାରେ ପାରଦ ୪୭ ଡିଗ୍ରୀ ଟପିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହେଲେ ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭, ୨୮ ତାରିଖ ବେଳକୁ ମୟୁରଭଞ୍ଜ , ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର , ନୂଆପଡା , କେନ୍ଦୁଝର, ସୁନ୍ଦରଗଡ, କଳାହାଣ୍ଡି, ବାଲେଶ୍ୱର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here