ନୂଆଦିଲ୍ଲୀ: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଦିନିକିଆ ରିମାଣ୍ଡରେ ନେଇଛି। ଅନୁସୂଚିତ ଜନଜାତି ଓ ପୋକସୋ ଭଳି ସାଂଘାତିକ ଦଫାରେ ପୋଲିସ ତାଙ୍କୁ ଗିରଫ କରିଛି। କକ୍ରୋଚ ଜନତା ପାର୍ଟିର ଜନ୍ତରମନ୍ତର ଆନ୍ଦୋଳନରେ ଅନୁପ୍ରବେଶ କରି ସ୍ୱତନ୍ତ୍ର ଭରଦ୍ୱାଜ ଜଣେ ନାବାଳିକା ବିକ୍ଷୋଭକାରୀଙ୍କ ବାପାଙ୍କ ମୁଣ୍ଡ ଫଟାଇ ଦେଇଥିବା ଦାବି କରିଥିଲେ। ତଥାପି ରାଜନୀତିକ ପତିଆରା ଯୋଗୁ ପୋଲିସ ତାଙ୍କୁ ଜେଲକୁ ନେଇ ପାରି ନଥିଲା । ଏହାକୁ ନେଇ ବିବାଦ ଉପୁଜିବାରୁ ଶୁକ୍ରବାର ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଆଜି ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରି ଦିଲ୍ଲୀର ଏକ କୋର୍ଟରେ ପୋଲିସ ହଜାର କରିଥିଲା। କୋର୍ଟ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିନିକିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଛାତ୍ର ଆନ୍ଦୋଳନର ଓକିଲ ଋଷଭ ରଞ୍ଜନ ଦିନିକିଆ ରିମାଣ୍ଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ନିଜକୁ ସ୍ୱତନ୍ତ୍ର ସନାତନୀ ଯୋଦ୍ଧା କହୁଥିବା ଏହି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିନକ ତଳେ ସିଜେପିର ନେତା, ଲୋକସଭା ସାଂସଦ ଚନ୍ଦ୍ର ଶେଖର ଓ ପପୁ ଯାଦବ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭ ପରେ ସ୍ୱତନ୍ତ୍ର ଭରଦ୍ୱାଜଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହିପରି ୧୪ ବର୍ଷୀୟ ନାବାଳିକା ମଧ୍ୟ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାରଦ୍ୱାଜଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରିଥିଲେ। ସିଜେପି ଏଥିପାଇଁ ସ୍ୱର ଉଠାଇବାରୁ ପୋଲିସ ମୂଳ ମାମଲାର ଏଫଆଇଆରରେ ଏସ୍‌ସି/ଏସଟି ବିରୋଧ ଆଇନର ଦଫା ଯୋଡ଼ିଥିଲା। ସେହିପରି ନାବାଳିକା ଜଣଙ୍କ ଆଣିଥିବା ଅଭିଯୋଗ ଆଧାରରେ ପୋକସୋ ଆଇନର ଦଫାରେ ମଧ୍ୟ ଗୋଟିଏ ମାମଲା ହୋଇଥିଲା।

LEAVE A REPLY

Please enter your comment!
Please enter your name here