ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆ ଆଜି ଖେଳିବ ପଚଂମ ମ୍ୟାଚ୍ । ଆଜିର ମୁକାବିଲାରେ ବିରାଟ ବାହିନୀ ଭେଟିବ ଗୁଲବଦିନ ନୈବଙ୍କ ଆଫଗାନିସ୍ତାନକୁ । ଚଳିତ ବିଶ୍ୱକପରେ ଅପରାଜୟ ଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ ବିଜୟୀ ହୋଇ ସେମିଫାଇନାଲ ପାଇଁ ଅଗ୍ରସର ହେବା ଲକ୍ଷରେ ରହିଥିବା ବେଳେ ଆଫଗାନିସ୍ତାନ ଭାରତ ବିପକ୍ଷରେ ବିଜୟୀ ହୋଇ ବିଶ୍ୱକପରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ବିଶ୍ୱକପରେ ପ୍ରଥମ ଥର ମୁହାଁମୁହିଁ ହେଉଛନ୍ତି ଏହି ଦୁଇ ଏସୀୟ ରାଷ୍ଟ୍ର । ଆଫଗାନୀସ୍ତାନ ପାଇଁ ଏହା କାଠିକାର ପାଠ ହେବ । କାରଣ ଶକ୍ତିଶାଳୀ ଭାରତ ଚଳିତ ବିଶ୍ୱକପରେ ଚମକôାର ଫର୍ମରେ ରହିଛି । ପୂର୍ବରୁ ଭାରତ ଓ ଆଫଗାନିସ୍ତାନ ଦୁଇଟି ଏକଦିବସୀୟରେ ମ୍ୟାଚରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ଗୋଟିଏ ମ୍ୟାଚ୍ ରେ ବିଜୟୀ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ଆହତ ମୁଖ୍ୟ ସମସ୍ୟା ରହିଛି । ଓପନର ଶିଖର ଧାୱନ ଆହତ ହୋଇ ବିଶ୍ୱକପରୁ ବାଦ ପଡିଛନ୍ତି । ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହତ ହୋଇ ଦୁଇରୁ ତିନୋଟି ମ୍ୟାଚରୁ ବାଦ ପଡିଛନ୍ତି । ବିଶ୍ୱକପରେ ଏଯାବତ ଦମଦାର ଫର୍ମରେ ଥିବା ଓପନର ରୋହିତ ଶର୍ମା , କ୍ୟାପଟେନ୍ ବିରାଟ କୋହଲି , ଏମ୍ ଏସ୍ ଧୋନୀ , ଦ୍ରୁତ ବୋଲର ଯଶପ୍ରିତ ବୁମ୍ରା ଓ ଭାରତୀୟ ସ୍ପିନର ଯୋଡି ଚହଲ ଏବଂ କୁଲଦୀପ ଆଫଗାନିସ୍ତାନ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି । ଅନ୍ୟପଟେ ଅନଭିଜ୍ଞ ଆଫଗାନିସ୍ତାନକୁ ବିରାଟ ବାହିନୀ ଏତେ ସହଜରେ ନେବ ନାହିଁ କାରଣ ରସିଦ୍ ଖାନ୍ ,ମହମ୍ମଦ ନବିଙ୍କ ଭଳି ବୋଲର ଏବଂ କ୍ୟାପଟେନ ଗୁଲବଦିନ ,ନୁରଅଲୀଙ୍କ ଭଳି ବ୍ୟାଟ୍ସମ୍ୟାନ ଆଫଗାନିସ୍ତାନ ପାଇଁ ଟ୍ରମ୍ପକାର୍ଡ ସାଜି ପାରନ୍ତି ।

LEAVE A REPLY

Please enter your comment!
Please enter your name here