ଆଜି ସାରା ବିଶ୍ବରେ ପାଳିତ ହେଉଛି ବିଶ୍ବ ଏଡସ୍ ଦିବସ । ଆଗାମୀ ସମୟରେ ଏଡ଼ସ ମହାମାରୀର ରୂପ ନେବାକୁ ଯାଉଥିବା ନେଇ ବିଭିନ୍ନ ସମୟରେ ସତର୍କ କରାଯାଇଆସୁଛି। ଏହାର ନିୟନ୍ତ୍ରଣ ପାଇଁ ଜନସଚେତନତା ହିଁ ଏକମାତ୍ର ମାଧ୍ୟମ। ତେଣୁ ଦିନକୁଦିନ ବଢିଚାଲିଥିବା ଏଡ଼ସର ଭୟାଭୟତା ଏବଂ ପ୍ରଭାବ ସମ୍ପର୍କରେ ସଚେତନତା ଆଣିବା ପାଇଁ ଆଗଭର ହୋଇଛନ୍ତି ମୟୁରଭଞ୍ଜଜିଲ୍ଲା ସାମ୍ବାଦିକବନ୍ଧୁ ମାନେ। ତେବେ ଏଡ଼ସ ରୋଗୀଙ୍କୁ ଘୃଣା କରିବା ବଦଳରେ ଆନ୍ତରିକତା ପ୍ରଦର୍ଶନ କରି ରୋଗକୁ ଘୃଣା କରିବା ଉଚିତ ବୋଲି ବାର୍ତ୍ତା ପ୍ରଚାର କରୁଛନ୍ତି କାର‌୍ୟ୍ୟରତ ଜିଲ୍ଲା ସାମ୍ବାଦିକ ମାନେ। ଆଜି ଜିଲ୍ଲାର ସଦର ମହକୁମା ବାରିପଦାଠାରେ ବିଶ୍ବ ଏଡସ୍ ଦିବସର ସଚେତନତା କାର‌୍ୟ୍ୟକ୍ରମକୁ ମୟୂରଭଞ୍ଜ ସାସମ୍ବାଦିକ ବନ୍ଧୁମାନେ ପାଳନ କରିଛନ୍ତି। ସଚେତନ ବାର୍ତ୍ତାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଯାତାୟାତ କରୁଥିବା ଲୋକମାନଙ୍କୁ ଟେଗ୍ ଲଗାଇ ,ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ।

LEAVE A REPLY

Please enter your comment!
Please enter your name here