ଧାନଖଳାରେ କେତେ ଖୁସିରେ ଖେଳୁଥିଲେ ତିନିଶିଶୁ. ପାଳଗଦା ଚାରିପାଖେ ଦଉଡା ଦଉଡି ହେଉଥିଲେ. କେତେବେଳେ କିଏ ଲୁଚୁଥିଲା ତ ଆଉ କିଏ ଖୋଜୁଥିଲା. ମାତ୍ର ସେମାନଙ୍କ ହସଖୁସି ବେଶୀ ସମୟ ରହିଲାନି. ହଠାତ କେହି କିଛି ଜାଣିବା ଆଗରୁ ପାଳଗଦାରେ କେମିତି ନିଆଁ ଲାଗିଗଲା. ତିନିଜଣ ଯାକ ଶିଶୁ ନିଆଁରେ ପୋଡିଗଲେ. ପ୍ରାୟ ନବେ ଭାଗ ଶରୀର ପୋଡି ଯାଇଥିଲା. ଗାଁ ଲୋକେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଗଲେ. କିନ୍ତୁ ତିନିଜଣ ଯାକ ଶିଶୁ ମରିଗଲେ. ଏଭଳି ଦୁଖଃଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଂଚାଯତର ବିଜମରା ଗାଁରେ. ତିନିଜଣ ଯାକ ଶିଶୁଙ୍କ ବୟସ ପାଞ୍ଚବର୍ଷରୁ କମ୍. ସେମାନଙ୍କ ମଧ୍ୟରେ ଦିଜଣ ଯାଆଁଳା ଭଉଣୀ ରୋଜି ଓ ଡେଜି ଦିଶାରୀ ଥିବା ବେଳେ ପାଖ ଗାଁ କୁଣ୍ଡିଗୁଡାର ରଚନା ରାଉତ ଥିଲା. ରଚନା ତା ମାମୁଁଘର ବୁଲିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା. ତିନି ଶିଶୁକନ୍ୟାଙ୍କ ମୃତ୍ୟୁ ଗାଁରେ ଶୋକର ଛାୟା ଖେଳାଇ ଦେଇଛି

LEAVE A REPLY

Please enter your comment!
Please enter your name here