ଆଜି ବି ଚାଲିପାରିଲାନି ବିଧାନସଭା ଗୃହର ପ୍ରଶ୍ନକାଳ. ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଉଭୟ ଶାସକ ଓ ବିରୋଧୀ ଧଳ ବିଭିନ୍ନ ପ୍ରଶ୍ନ ଉଠାଇ ଗୃହକାର୍ଯ୍ୟ ଆରମ୍ଭ ହେବାକୁ ଅଟକାଇଥିଲେ. ପ୍ରଥମରେ କଂଗ୍ରେସ ଢେଙ୍କାନାଳର ଗଛକଟା ପ୍ରସଙ୍ଗକୁ ଉଠାଇ ହଟ୍ଟଗୋଳ କରିବା ଆରମ୍ଭ କରିଥିଲା. ପରେ ବିଜେଡି ବିଧାୟକମାନେ ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ପ୍ରସଙ୍ଗକୁ  ଗୃହରେ ଉଠାଇଥିଲେ. ଶାସକଦଳର ନେତାମାନେ ନିଜ ଆସନରେ ରହି ଏହାକୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ. ଗୃହରେ ଉଭୟ ଦଳ ଧ୍ୟରେ ହେଉଥିବା ହଟ୍ଟଗୋଳ ନ ଥମିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ 3ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ. ଏହାକୁ କେନ୍ଦ୍ର କରି ବିଜେଡି ବିଧାୟକମାନେ ଗାନ୍ଧିମୂର୍ତ୍ତିତଳେ ଧାରଣା ଦେଇଥିଲେ.

 

 

LEAVE A REPLY

Please enter your comment!
Please enter your name here