ଗତକାଲି ହସ ଖୁସିରେ କଟିଥିଲା ବିବାହ ଉତ୍ସବ । ଆଜି ବାପ ଘର ଛାଡି ଶାଶୂଘର ଯାଇଥାନ୍ତା ଝିଅ । ହେଲେ ବିଧିର ବିଧାନ ଦେଖନ୍ତୁ । ଶାଶୂ ଘର ପରିବର୍ତ୍ତେ ନବବଧୂ ବେଶରେ ଶଶ୍ମାନକୁ ଗଲା କନ୍ୟା । ଆଜି ସକାଳୁ ବିଦାକି ବେଳେ କନ୍ୟାର ହଠାତ୍ କନ୍ୟାର ମୃତ୍ୟୁ ହୋଇଛି । ବିନିକା ଥାନା ଜୁନୁଣ୍ଡା ଥାନାରେ ଘଟିଛି ଏଭଳି ଦୁଖଃଦ ଘଟଣା । ବିଦାକି ବେଳେ କାନ୍ଦି କାନ୍ଦି ହଠାତ୍ ଅଚେତ ହୋଇଯାଇଥିଲେ କନ୍ୟା । ବିନିକା ଡାକ୍ତରଖାନାକୁ ନେବାପରେ ଡାକ୍ତର କନ୍ୟାକୁ ମୃତ ଘୋଷଣା କରିଥିଲେ । କନ୍ୟାର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ତିତେଲ ଗାଁର ଯୁବକଙ୍କ ସହିତ ବାହାଘର ହୋଇଥିଲା । ଘଟଣା ପରେ ଜୁଲୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here