ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ହିଁ ଖାତା ଦେଖା ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଖାତା ଦେଖାଲାଗି ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଗ୍ୟପ୍ତିରେ କୁହାଯାଇଛି । କରୋନା ପାଇଁ ସ୍ଥଗିତ ରହିଥିବା ମାଟ୍ରିକ ଖାତା ଦେଖା ଗତକାଲି ଠାରୁ ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ହେଲେ ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ପୁଣି ଖାତାଦେଖାକୁ ସ୍ଥଗିତ ରଖାଯାଇଥିଲା । ତେବେ ମେ ମାସ ସୁଦ୍ଧା ଖାତାଦେଖା ଆରମ୍ଭ ହେବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ସକାଳେ କଟକ ବୋର୍ଡ ଅଫିସ ଗସ୍ତ କରି ବୋର୍ଡ ସଭାପତିଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here