ମନୀଷ ଅନୁରାଗ ହତ୍ୟାକାଣ୍ଡର ତଦନ୍ତ କରୁ କରୁ ପଦାକୁ ଆସିଲା ହୋଟେଲ ସାଉଥସିଟିର କାରନାମା । ଆଉ ଶେଷରେ ଗିରଫ ହୋଇଛନ୍ତି ହୋଟେଲ ସାଉଥସିଟି ମାଲିକ ପ୍ରଦ୍ୟୁମ୍ନ ଜେନା, ମ୍ୟାନେଜର ସୌଭିକ ଜେନା । ନିଜ ଭାଇ ନାଁରେ ହୋଟେଲ ଲିଜ୍ ନେଇଥିବା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୂର୍ବରୁ କମିଶନରେଟ ପୋଲିସ ପ୍ରସନ୍ନଙ୍କୁ ନିଲମ୍ବିତ କରିଥିଲେ । ତେବେ ବିନା ଲାଇସେନ୍ସରେ ବାର୍ ଚଳାଇବା ଏବଂ କୋଭିଡ୍ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।
ସହର ଉପକଣ୍ଠ ପାତ୍ରପଡାରେ ଅବସ୍ଥିତ ହୋଟେଲ ସାଉଥ ସିଟିର ବାର୍ ଲାଇସେନ୍ସ ଅବଧି ଗତ ସେପ୍ଟେମ୍ବର ମାସରୁ ଶେଷ ହୋଇସାରିଥିଲା । ମାତ୍ର ହୋଟେଲ ମାଲିକଙ୍କଠୁ ଲିଜ୍ ସୁତ୍ରରେ ନେଇ ହୋଟେଲ ଚଳାଉଥିଲେ କନଷ୍ଟେବଳ ପ୍ରସନ୍ନ ବେହେରା । ମନୀଷ ଅନୁରାଗ ହତ୍ୟାକାଣ୍ଡ ରାତିରେ କନଷ୍ଟେବଳ ପ୍ରସନ୍ନ ବେହେରା ବି ହୋଟେଲରେ ଉପସ୍ଥିତ ଥିଲେ । ଏହି ମାମଲାରେ ତମାଣ୍ଡୋ ଥାନା ଅଧିକାରୀଙ୍କୁ ଗତକାଲି ହେଡକ୍ବାର୍ଟରକୁ ବଦଳି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here