coronavirus.

ରାଜ୍ୟରେ ଆଉ ୨୧୮ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୯୮ ଏବଂ ୨୦ଟି ଲୋକାଲ କେସ୍ ରହିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯, ଜଗତସିଂହପୁର ଜିଲ୍ଲାରୁ ୨୯ , ଗଜପତିରୁ ୨୭, ଭଦ୍ରକରୁ ୨୫ ଓ ଖୋର୍ଦ୍ଧାରୁ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୧୧, ପୁରୀରୁ ୧୦, ମୟୂରଭଞ୍ଜରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୭, କେନ୍ଦ୍ରାପଡାରୁ ୬, କଟକରୁ-୫ , ଝାରସୁଗୁଡାରୁ ୪, ନୂଆପଡା, କେନ୍ଦୁଝର, ସମ୍ବଲପୁରରୁ ୨ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । କନ୍ଧମାଳ , ଯାଜପୁର,ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଏନଡିଆରଏଫର ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ୧୮୦ ରେ ପହଁଞ୍ଚିଛି । ଆକ୍ଟିଭ କେସ୍ ୧୮୬୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୪୨୯୧ ଜଣ ।

LEAVE A REPLY

Please enter your comment!
Please enter your name here