ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଆଜି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୧୭୦ କରୋନା ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୩ ଜଣ ରହିଛନ୍ତି । ଲୋକାଲ କେସ୍ ୨୭ଟି ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଆକ୍ରାନ୍ତ ରହିଛନ୍ତି । ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯ ଲେଖାଏଁ , ରାୟଗଡା ଏବଂ ଗଜପତି ଜିଲ୍ଲାରୁ ୧୬ ଲେଖାଏଁ , କଟକରୁ ୧୪, ପୁରୀ ଓ କେନ୍ଦ୍ରାପଡାରୁ ୬ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ମାଲକାନଗିରିରୁ-୫, ଯାଜପୁର ଓ ନୟାଗଡରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୨, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅମ୍ଫନ ମୁକାବିଲା ସାରି ଫେରିଥିବା ଆଉ ଜଣେ ଏନଡିଆରଏଫ ଯବାନ ମଧ୍ୟ ପଜିଟିଭ ବାହାରିଛନ୍ତି । ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୪୪୩୨ ଜଣ ସୁସ୍ଥ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲରେ ୧୯୦୩ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here