ବିଧାନସଭା ନିର୍ବାଚନରେ ଖାତା ଖୋଲିଲା ବିଜେଡି । ଦଳ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ବିଜୟଲାଭ କରିଛି । ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ଶେଷରେ ସଦାଶିବ ଗୌରୀଙ୍କୁ ୭୦୭୯ ଭୋଟରେ ପରାସ୍ତ କରିଛନ୍ତି । ସୁଚନାଅନୁସାରେ, ଆଜି ଲୋକସଭା ନିର୍ବାଚନ ଓ ୩ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଭୋଟ୍ ଗଣତିର ଟ୍ରେଣ୍ଡ ମୁତାବକ ଓଡ଼ିଶାରେ ବିଜେଡି ୧୦୬ ସିଟରେ ଆଗୁଆ ରହିଛି। ବିଜେପି ୨୬ ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୨ଟି ଏବଂ ଅନ୍ୟାନ୍ୟ ଗୋଟିସ ଆସନରେ ଆଗୁଆ ରହିଛନ୍ତି। ସେହିଭଳି ଲୋକସଭାର ୨୧ ସିଟରୁ ବିଜେଡି ୧୫ଟି ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୬ଟି ସିଟରେ ଆଗୁଆ ରହିଛି। ସେହିଭଳି କେନ୍ଦ୍ରରେ ପୁଣି ଥରେ ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here