ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଉତ୍ତର ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଗୁଲାବ । ଗୋପାଳପୁରଠାରୁ ୫ ଶହ ୧୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । କଳିଙ୍ଗପଟନମ ଠାରୁ ୫୯୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାତ୍ୟାର ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ । ତେଣୁ କାଲି ପାଇଁ ୭ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ବାତ୍ୟା ଉପରେ ସ୍ୱତନ୍ତ୍ର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । କାଲି ସଂଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ । ବିଶାଖାପାଟଣା. ଗୋପାଳପୁର ଏବଂ କଳିଙ୍ଗ ପାଟନମ ମଧ୍ୟରେ ବାତ୍ୟା ସ୍ଥଳଭାବ ଛୁଇଁବା ସମ୍ଭାବନା ଅଛି ।

LEAVE A REPLY

Please enter your comment!
Please enter your name here